ମାତା ଇ-ପତ୍ରିକା ପ୍ରତ୍ୟେକ ମାସ ପ୍ରଥମ ରବିବାର ପ୍ରକାଶିତ ହେଉଛି । ଯୁବ ପିଢୀ ମାନଙ୍କ ଦ୍ଵାରା ଏହି ଇ - ପତ୍ରିକା ବେଶ ଆଦୃତ ହୋଇପାରିଛି ଏବଂ ଅନଲାଇନ ମାଧ୍ୟମରେ ଏହା ସମ୍ପୂର୍ଣ୍ଣ ମାଗଣାରେ ପତ୍ରିକା ପଢିବା ପାଇଁ ସୁଯୋଗ ପ୍ରଦାନ କରିଛି । ସାରା ବିଶ୍ୱରେ ଓଡିଆ ପ୍ରେମୀଙ୍କୁ ପଢିବା ପାଇଁ ଇ- ମେଲ୍, ମୋବାଇଲ୍ ଏବଂ ସୋସିଆଲ୍ ମିଡିଆ ଦ୍ବାରା ଯୋଗାଇ ଦିଆଯାଏ । ଓଡିଶା ବାହାରେ ରହୁଥିବା ପ୍ରବାସୀ ଓଡିଆମାନଙ୍କୁ ପ୍ରତି ମାସରେ ଏକ ଓଡିଆ ଇ-ପତ୍ରିକା ପଢିବା ପାଇଁ ସୁଯୋଗ ମିଳୁ, ଏହାହିଁ “ମାତା ପତ୍ରିକା” ର ଲକ୍ଷ୍ୟ ଏବଂ ଏହି ଲକ୍ଷ୍ୟର ସାଧନ କରିବା ପାଇଁ ଆପଣମାନଙ୍କୁ ମଧ୍ୟ ସହୋଯୋଗ କରିବା ପାଇଁ ଅନୁରୋଧ “ମାତା ପତ୍ରିକା” କୁ ପଢିବା ସହ ଏହି ପତ୍ରିକାକୁ ଆପଣ ନିଜ ନିଜର ପରିବାର ଏବଂ ବନ୍ଧୁବାନ୍ଧବମାନଙ୍କ ପାଖକୁ ପଠାନ୍ତୁ ଏବଂ ଓଡିଆ ଭାଷାର ପ୍ରଚାର ଓ ପ୍ରସାର ଦିଗରେ ସହଯୋଗ କରନ୍ତୁ ।
ଓଡିଆ ଭାଷା ସାହିତ୍ୟ ଓ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଯୁବ ସାହିତ୍ୟିକ ମାନଙ୍କୁ ପ୍ରେରଣା ଓ ପ୍ରୋତ୍ସାହିତ କରିବା ପାଇଁ ଏହି ଅନୁଷ୍ଠାନ ସମର୍ପିତ।, ଯୁବ କବି/ କବୟିତ୍ରୀ , ଗାଳ୍ପିକ/ଗାଳ୍ପିକା, ପ୍ରାବନ୍ଧିକ ମାନେ ଆମ ଓଡିଆ ଭାଷା ସାହିତ୍ୟର ସୁନେଲି ଭବିଷ୍ୟତ, ସେମାନଙ୍କ ପାଇଁ ଏହି ଅନୁଷ୍ଠାନ କାର୍ଯ୍ୟ କରିବ ,ରାଜ୍ୟସ୍ତରୀୟ ବାର୍ଷିକ ଉତ୍ସବରେ ଯୁବ ସାହିତ୍ୟିକ ମାନଙ୍କୁ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯିବ। ଓଡ଼ିଶାରେ ବହୁତ୍ ସାହିତ୍ୟ ଅନୁଷ୍ଠାନ ବରିଷ୍ଠ କବି କବୟିତ୍ରୀ ମାନଙ୍କୁ କେବଳ ସମ୍ମାନିତ କରୁଛନ୍ତି, ଯୁବ ପ୍ରତିଭା ମାନଙ୍କୁ ଅଣଦେଖା କରାଯାଉଛି, ସେଥି ପାଇଁ ଆମର ଏହା ନବ ପ୍ରୟାସ, ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରୁ ନବ ପ୍ରତିଭା ମାନଙ୍କୁ ପ୍ରେରଣା ଦିଆଯିବ ଏହା ହିଁ ଆମ ଲକ୍ଷ୍ୟ ,ଯୁବ ସାହିତ୍ୟ ସମ୍ମିଳନୀ କରାଯାଇ ସମ୍ମାନିତ କରାଯିବ। ଏହି ଅନୁଷ୍ଠାନ କେବେ କାହାଠାରୁ ଆର୍ଥିକ ସହାୟତା ଚାହିଁବ ନାହିଁ । ଏହା ଏକ ଅଣ ବ୍ୟବସାୟିକ ସାହିତ୍ୟ ଅନୁଷ୍ଠାନ। ଜୟ ଶ୍ରୀ ରାଧାକୃଷ୍ଣ ଙ୍କ ପାଦ ପଦ୍ମରେ ଏହି ଅନୁଷ୍ଠାନ ସମର୍ପିତ ।
ସୌଜନ୍ୟ:
ମାତା ଇ-ପତ୍ରିକା
ଶ୍ରୀ ରାଧାକୃଷ୍ଣ ସାହିତ୍ୟ ସଂସଦ
ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା
ଉପଦେଷ୍ଟା ମଣ୍ଡଳୀ
ଅଧ୍ୟାପକ ଶଶଧର ରାଉତ
ପ୍ରାକ୍ତନ ପ୍ରଧାନ ଶିକ୍ଷକ କାହ୍ନୁ ଚରଣ ସାହୁ
ଶିକ୍ଷକ ହିମାଂଶୁ ଭୁଷଣ ଜେନା
ଯୁଗ୍ମ ସମ୍ପାଦକ
ଶିକ୍ଷକ ଅରୁଣ କୁମାର ଦାସ
ମୁଦ୍ରିତ ଗଣମାଧ୍ୟମ ସଂଯୋଜକ
ଶ୍ରୀ ଅବିନାଶ ଜେନା
ପ୍ରତିଷ୍ଠାତା ଓ ସମ୍ପାଦକ
ଡକ୍ଟର ଆଶୁତୋଷ ଦେବୀପ୍ରସାଦ ରାଉତ
ଯୋଗାଯୋଗ: ୯୯୩୮୮୮୮୪୭୫