ବାର୍ତ୍ତା 


       ରାଷ୍ଟ୍ରୀୟ ନବ ବର୍ଷ ତଥା ମହା ବିଷୁବ ପଣା ସଂକ୍ରାନ୍ତି ( ବୈଶାଖୀ) ଅବସରରେ ଆମ ଶ୍ରୀ ରାଧାକୃଷ୍ଣ ସାହିତ୍ୟ ସଂସଦ ତରଫରୁ ସମସ୍ତ ସାରସ୍ଵତ ସାଧକ,ସାଧୀକା , ଅଗଣିତ ପାଠକ ସମାଜ, ଶୁଭେଚ୍ଛୁ ଏବଂ ସର୍ବୋପରି ଆମ ପରିବାରର ସମସ୍ତ ସଦସ୍ୟ ସଦସ୍ୟା ମାନଙ୍କୁ ଅନେକ ଶୁଭେଛା ଓ ଅଭିନନ୍ଦନ।ଓଡିଆ ଭାଷା ସାହିତ୍ୟର ପ୍ରଚାର ପ୍ରସାର କ୍ଷେତ୍ରରେ ଶ୍ରୀ ରାଧାକୃଷ୍ଣ ସାହିତ୍ୟ ସଂସଦ ଏକ ଗୁରୁତ୍ତ୍ୱପୂର୍ଣ ଭୂମିକା ନିର୍ବାହ କରି ଆସୁଛି। ଏକ ରୁଚି ସମ୍ପନ୍ନ ଇ ପତ୍ରିକା ପ୍ରକାଶନ ପାଇଁ ପ୍ରୟାସ ଜାରି ରହିଛି। ଏହି ଇ ପତ୍ରିକା ବରିଷ୍ଠ ତଥା ନବ ପ୍ରତିଭା ସାରସ୍ଵତ ସାଧକ ମାନଙ୍କ ଲେଖାକୁ ପ୍ରାଧାନ୍ୟ ଦେବାକୁ ପ୍ରସ୍ତାବ ରହିଛି।

      

         ଏକ ବାର୍ଷିକ ସଂଖ୍ୟା ପ୍ରକାଶନ ପାଇଁ ଯୋଜନା ରହିଛି। ଅଗଣିତ ପାଠକ ସମାଜ, ଶୁଭେଚ୍ଛୁ ଏବଂ ସାରସ୍ଵତ ସାଧକ ସାଧୀକାମାନଙ୍କ ଏହି ସାଧନାର ପଥରେ ରହି ଆମକୁ ଉତ୍ସାହିତ କରିବାରେ ସହାୟକ ହୁଅନ୍ତୁ, ଏହା ହଁ କାମନା ରଖୁଛୁ।

 

 

ଅରୁଣ କୁମାର ଦାସ

ଯୁଗ୍ମ ସମ୍ପାଦକ ଓ ସମୀକ୍ଷକ

      ମାତା ଇ-ପତ୍ରିକା