ବାର୍ତ୍ତା
ସମାଜର ଅଘୋଷିତ ସାରସ୍ଵତ ବିଧାୟକ ହେଉଛି ସାହିତ୍ୟ। ଏହା ମାନବୀୟ ଜୀବନ ଜିଜ୍ଞାସା ଓ ମନୀଷାର ରସାଳ ଅଭିବ୍ୟକ୍ତି। ଏହା ସୃଜନୀ ସ୍ରଷ୍ଟାର ମାନନୀୟ ବିପ୍ଳବର ଜୟଗାନ। ଏହି ସାହିତ୍ୟ ଗଙ୍ଗୋତ୍ରିର ଅନେକ ଧାର ଭିତରୁ ସାରସ୍ୱତ ପତ୍ରିକା ଗୁଡିକ ଆଜି ସମାଜର ପ୍ରତିନିଧିତ୍ଵ କରୁଛନ୍ତି। ତନ୍ମଧ୍ୟରୁ ଅନ ଲାଇନରେ ଡ. ଆଶୁତୋଷ ଦେବୀପ୍ରସାଦ ରାଉତଙ୍କ ସମ୍ପାଦନାରେ ଆତ୍ମ ପ୍ରକାଶ କରିଥିବା "ମାତା" ପତ୍ରିକାର ସୁଦୀର୍ଘ କଳେବର ଓ ପରିପାଟୀ ମୋତେ ମନ୍ତ୍ରମୁଗ୍ଧ କରିଅଛି। ଏହି ପତ୍ରିକାଟି ଶିକ୍ଷା, ସଂସ୍କୃତି, ପ୍ରକୃତି ଓ ପରମ୍ପରାର ପାଲଟିଛି ଜୀବନ୍ତ ଦସ୍ତାବିଜ୍। ଏଥିରେ ସ୍ଥାନିତ ସାହିତ୍ୟିକମାନଙ୍କ ପାକଳ ଅନୁଭୂତି ଏହାକୁ ସର୍ବାଙ୍ଗ ସୁନ୍ଦର ଓ ମଞ୍ଜୁଳ କରିପାରିଛି।
ମୁଁ ଏହାର ଦୀର୍ଘାୟୁ କାମନା ପାଇଁ ଜଗତର ନାଥ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି।
ଅଧ୍ୟାପକ ଶଶଧର ରାଉତ
ଉପଦେଷ୍ଟା
ମାତା ଇ-ପତ୍ରିକା