ବାର୍ତ୍ତା 


  "ମାତା "କେବଳ ଏକ ଆବେଗିକ ପରିଭାଷା ନୁହେଁ, ଏହା ଆତ୍ମିକ ଉତ୍ତରଣ ଓ ଅନାବିଳ ସମ୍ପର୍କର ସୁମଧୁର ସ୍ଵର। ଖାଲି ମନୁଷ୍ୟ କାହିଁକି ସମଗ୍ର ଜୀବଜଗତ ମାଆର ମମତା, ତ୍ୟାଗ , ସେବା ଓ ଦାୟିତ୍ୱବୋଧ ନିକଟରେ ଚିର କୃତଜ୍ଞ। ମାଆ, ମାତୃଭୂମି ଓ ମାତୃଭାଷା ପ୍ରତି ଅହେତୁକ ଆକର୍ଷଣ ସୃଷ୍ଟି କରିଛି ଅନନ୍ୟ ସୃଜନୀର ମହା ଧାରା। କବି ଡ. ଆଶୁତୋଷ ଦେବୀପ୍ରସାଦଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପ୍ରତି ରହିଥିବା ଅପ୍ରତିମ ଶ୍ରଦ୍ଧା ଓ ଭାବପ୍ରବଣତା ଆଣିଦେଇଛି ନବ ପ୍ରତିଭାର ଭବ୍ୟ ସ୍ୱାକ୍ଷର, "ମାତା" ଏକ ମାସିକ ଇ -ପତ୍ରିକା। ଏହି ମହତ ଉଦ୍ୟମ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ଓଡ଼ିଆ ଭାଷା ଓ ସାହିତ୍ୟକୁ ନୂଆ ଦିଗନ୍ତ ଦେବା ସହ ଓଡ଼ିଆ ଅସ୍ମିତାକୁ ଉଜ୍ଜୀବିତ ରଖି ସମାଜରେ ଗଠନମୂଳକ ପରିବର୍ତ୍ତନର କର୍ଣ୍ଣଧାର ସାଜୁ ଏହା ହିଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି। ସମସ୍ତ କର୍ମକର୍ତ୍ତା, ସାରସ୍ଵତ ସାହିତ୍ୟ ସାଧକ ଓ ପାଠକଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା।  “ଜୟ ଜଗନ୍ନାଥ”

 

 

ହିମାଂଶୁ ଭୂଷଣ ଜେନା

    ଉପଦେଷ୍ଟା ମାତା ଇ-ପତ୍ରିକା

 ଆର୍ନ୍ତଜାତୀୟ ଖ୍ୟାତିସଂପନ୍ନ

କବି, ଲେଖକ, ସମୀକ୍ଷକ ଓ ଶିକ୍ଷକ,

ରଇପୁର, ଯାଜପୁର