ପ୍ରତିଷ୍ଠାତା ଓ ସମ୍ପାଦକ
ଡକ୍ଟର ଆଶୁତୋଷ ଦେବୀପ୍ରସାଦ ରାଉତ
ଜୁନ -୨୦୨୫ ମାସର ପତ୍ରିକାରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
ପ୍ରତିଷ୍ଠାତା ଓ ସମ୍ପାଦକ
ଡକ୍ଟର ଆଶୁତୋଷ ଦେବୀପ୍ରସାଦ ରାଉତ
ସମ୍ପାଦକୀୟ
ମା', ମାଟି ଓ ମାତୃଭାଷା କୁ ପ୍ରାଣଠୁ ଅଧିକ ଭଲ ପାଉଥିବା ସାହିତ୍ୟ ସ୍ରଷ୍ଟା ମାନଙ୍କୁ ମୋର ଭୂମିଷ୍ଠ ପ୍ରଣାମ ସହ କୁନି କୁନି ଶିଶୁ ସାହିତ୍ୟିକ ମାନଙ୍କୁ ସ୍ନେହଭରା ଆଶୀର୍ବାଦ ଜଣାଉଛି । ସାହିତ୍ୟ ହେଉଛି ସମାଜର ଜୀବନ ଓ ଦର୍ଶନ । ସାହିତ୍ୟ ସମାଜର ଦର୍ପଣ ଓ ମାନବ ଜୀବନର ମୃତ୍ୟୁ ସଂଜୀବନୀ । ଶବ୍ଦ ପୁଞ୍ଜ ଭାଷା ସାହିତ୍ୟର ଆଭୂଷଣ । ବିନା ଭାଷା ସାହିତ୍ୟ ମଣିଷକୁ ପଙ୍ଗୁ କରିଦିଏ।
ବର୍ତ୍ତମାନ ରାଜତନ୍ତ୍ରର ବିଲୋପ ଘଟିଛି। ଗଣତନ୍ତ୍ରକୁ ନେଇ ଆମ ଦେଶର ଶାସନ ବ୍ୟବସ୍ଥା ଚଳନଶୀଳ। ଆଧୁନିକ ଇଣ୍ଟରନେଟ ଯୁଗରେ ବୈଷୟିକ ଜ୍ଞାନ କୌଶଳ ଲଗାଇ ଆଜିର ସମାଜ ବିଜ୍ଞାନକୁ ଦ୍ୱାହି ଦେଇ ଭାଷା ସାହିତ୍ୟ ଓ ଆମ କଳା ସଂସ୍କୃତିକୁ ନଷ୍ଟ କରିବାର ଅପଚେଷ୍ଟା କରୁଛନ୍ତି । ସେହି ଅତ୍ୟାଧୁନିକ ସାମାଜିକ ଗଣମାଧ୍ୟମକୁ ଆମେ ବ୍ୟବହାର କରି ଭାଷା ସାହିତ୍ୟକୁ ବଞ୍ଚାଇବାକୁ ଇଣ୍ଟରନେଟ ଯୁଗରେ ପାଣ୍ଡୁଲିପି କୁ ଆମେ ଇ-ପତ୍ରିକା ମାଧ୍ୟମରେ ଆପଣଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରିଛୁ । ଆମ “ଶ୍ରୀ ରାଧାକୃଷ୍ଣ ସାହିତ୍ୟ ସଂସଦ" ସାହିତ୍ୟ ସମାଜ ସଂସ୍କାରକ ଭାବରେ ଗୋଟିଏ ଛୋଟିଆ ଦୀପଶୀଖା ହୋଇ ସମାଜକୁ ଆଲୋକିତ କରିବାରେ ଚେଷ୍ଟା କରିଛୁ ।
ଯୁବ ସାହିତ୍ୟିକମାନେ ବୈଷୟିକ ଜ୍ଞାନ କୌଶଳ ମାଧ୍ୟମରେ ଇ-ପତ୍ରିକାକୁ ଆପଣେଇବେ ନିଶ୍ଚିନ୍ତ ମନେ ହୁଏ, ଯୁବ ସାହିତ୍ୟିକ ମାନଙ୍କୁ ପ୍ରେରଣା ପ୍ରଦାନ କରିବା ଏବଂ ସେମାନଙ୍କ ଦ୍ୱାରା ଆମ ଭାଷା ସାହିତ୍ୟିକୁ ବିଶ୍ଵ ଦରବାରେ ପ୍ରତିଷ୍ଠା କରିବା ପାଇଁ ପ୍ରେରଣା ପ୍ରଦାନ କରିବାକୁ ଆମେ ଚେଷ୍ଟା କରୁଛୁ ।
“ମାତା” ଇ-ପତ୍ରିକା କେବଳ ଏହା ପତ୍ରିକା ନୁହେଁ, ବରଂ ଏହା ଗୋଟେ ଭାଷା ସାହିତ୍ୟ ଆନ୍ଦୋଳନର କର୍ଣ୍ଣଧାର ସାଜିବ, ଏକ ବୈପ୍ଳବିକ ପରିବର୍ତ୍ତନ ଯାହା ଓଡ଼ିଆ ଭାଷାକୁ ଆଧୁନିକ ଯୁଗ ସହ ତାଳ ଦେଇ ପ୍ରତିଦିନ ବୃଦ୍ଧିପାଉଥିବା ଅନଲାଇନ୍ ସାମାଜିକ ଗଣମାଧ୍ୟମ ମାଧ୍ୟମରେ ଓଡ଼ିଆ ଯୁବ ଗୋଷ୍ଠୀ ମାନଙ୍କୁ ସାହିତ୍ୟ ପ୍ରତି ରୁଚି କୁ ଆଦୃତ କରାଇବାରେ ସମର୍ଥ ହୋଇପାରିଛି । ବିଶ୍ବବ୍ୟାପୀ ଅନେକ ଦେଶରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆମାନଙ୍କୁ ପ୍ରତିମାସରେ ଏକ ରୁଚିକର ଓଡ଼ିଆ ଇ-ପତ୍ରିକା ପାଠ କରିବାର ନିଶୁଳ୍କ ବିକଳ୍ପ ଉପଲବ୍ଧ କରାଇବା ସହ ଓଡ଼ିଆ ଇ-ପତ୍ରିକା ଜଗତରେ ଏହା ନୂତନ ଅଧ୍ୟାୟ ସୃଷ୍ଟି କରିଛି ମୋର ଆଶା ଓ ବିଶ୍ବାସ ଏହା ନିଶ୍ଚିନ୍ତ ଦିନେ ଓଡିଆ ଭାଷା ସାହିତ୍ୟର ମେରୁଦଣ୍ଡ ହେବ ।
ଯୁବଗୋଷ୍ଠୀମାନଙ୍କ ସାହିତ୍ୟ ପ୍ରତି ରୁଚିକୁ ପୂରଣ କରିବାକୁ ଯାଇ “ଶ୍ରୀ ରାଧାକୃଷ୍ଣ ସାହିତ୍ୟ ସଂସଦ” ପକ୍ଷରୁ ଆତ୍ମ ପ୍ରକାଶ କରିଛି "ମାତା" ଇ-ପତ୍ରିକା । ଏହା ଓଡ଼ିଆ ଭାଷା ସାହିତ୍ୟ, ସଂସ୍କୃତି ପରମ୍ପରା ଓ ଐତିହ୍ୟକୁ ଏହି ଇ-ପତ୍ରିକା ମାଧ୍ୟମରେ ଲେଖକ ଲେଖକାମାନଙ୍କୁ ପୁନଃରୁଦ୍ଧାର କରି ମାଟି ମାଆ ପାଇଁ ଗର୍ବ ଗୌରବ ଆଣି ପାରିଛି । ମୁଁ ଆମ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ତଥା ଶୁଭେଚ୍ଛୁ ଏବଂ ଉଦ୍ୟୋକ୍ତାମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଆମ ଅନୁଷ୍ଠାନର ଇ-ପତ୍ରିକାର ସର୍ବାଙ୍ଗୀନ ବିକାଶ ଓ ଉନ୍ନତି ପାଇଁ “ଶ୍ରୀ ରାଧାକୃଷ୍ଣଙ୍କ” ପାଦ ପଙ୍କଜରେ ଏହି “ମାତା” ଇ-ପତ୍ରିକାକୁ ସମର୍ପଣ କରୁଛି। ଆଶା କରୁଛି ଆପଣମାନେ ଏହାକୁ ପାଇବା ପରେ ନିଜେ ପଢ଼ିବା ସହିତ ଅନ୍ୟମାନଙ୍କୁ ପଢ଼ାଇବା ପାଇଁ ପ୍ରଚେଷ୍ଟା କରିବେ ଏବଂ ଯୁବ ପିଢ଼ିକୁ ପ୍ରେରଣା ଦେବାକୁ ବିନମ୍ର ଅନୁରୋଧ କରୁଛି।
ଡକ୍ଟର ଆଶୁତୋଷ ଦେବୀପ୍ରସାଦ ରାଉତ
ପ୍ରତିଷ୍ଠାତା ଓ ସମ୍ପାଦକ
ମାତା ଇ-ପତ୍ରିକା
ସମ୍ପାଦିକା
ମାତା ଶିଶୁ ସାହିତ୍ୟ ଇ-ପତ୍ରିକା
ଅତୁଳା ମୋନାଲିସା ରାଉତ
ସମ୍ପାଦକୀୟ
ଶିଶୁ ହସିଲେ ଦୁନିଆଁ ହସେ ବାକ୍ୟ ଟି ପ୍ରାଣଠୁ ଅଧିକ ମଧୁର ଲାଗେ । ଶିଶୁ ସାହିତ୍ୟକୁ ଭଲ ପାଉଥିବା ସାହିତ୍ୟ ସ୍ରଷ୍ଟା, ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କୁ ମୋର ଭୂମିଷ୍ଠ ପ୍ରଣାମ ଜଣାଇବା ସହ ମୋର କୁନି କୁନି ଛାତ୍ରଛାତ୍ରୀ ଓ ଶିଶୁ ସାହିତ୍ୟିକ ମାନଙ୍କୁ ସ୍ନେହଭରା ଆଶୀର୍ବାଦ ଜଣାଉଛି । ସାହିତ୍ୟ ହେଉଛି ସମାଜର ଦର୍ପଣ ଓ ମାନବ ଜୀବନର ମୃତ୍ୟୁ ସଂଜୀବନୀ । ମା’ ଟିଏ ମାତୃଭାଷା କୁ ବଞ୍ଚାଇ ରଖିପାରେ ନିଜ ଶିଶୁ ଦ୍ଵାରା, ମା’ ଟିଏ ଚାହିଁଲେ ମା’, ମାଟି ଓ ମାତୃଭାଷା ସୁରକ୍ଷିତ ରହିପାରିବ। ଭାଷା ହେଉଛି ଆମ ପରିଚୟ, ଭାଷା ହେଉଛି ଆମ ଗର୍ବ ।
ବର୍ତ୍ତମାନ ବୈଦ୍ୟୁତିକ ଯନ୍ତ୍ର ଯୁଗରେ ଶିଶୁ ମାନଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଶିଶୁ ସାହିତ୍ୟ ପାଣ୍ଡୁଲିପି କୁ ଆମେ ଶିଶୁ ସାହିତ୍ୟ ଇ-ପତ୍ରିକା ମାଧ୍ୟମରେ ପିଲାମାନଙ୍କ ନିକଟର ପହଞ୍ଚାଇବାକୁ ଚେଷ୍ଟା କରିଛୁ । ପବିତ୍ର ରଥଯାତ୍ରାରେ ଆମ “ଶ୍ରୀ ରାଧାକୃଷ୍ଣ ସାହିତ୍ୟ ସଂସଦ“ ସାହିତ୍ୟ ସମାଜ ସଂସ୍କାରକ ଭାବରେ ପିଲାମାନଙ୍କ ଦ୍ଵାରା କିପରି ଆମ ଭାଷା ସାହିତ୍ୟକୁ ଚିର କାଳ ପାଇଁ ବଞ୍ଚାଇ ରଖିବାକୁ ଗୋଟିଏ ଛୋଟିଆ ପ୍ରୟାଶ ମାତ୍ର । ଆଜିର ଆଧୁନିକ ଇଣ୍ଟରନେଟ ଯୁଗରେ ପିଲାମାନଙ୍କର ବୈଷୟିକ ଜ୍ଞାନ କୌଶଳ ଉପରେ ବେଶ ପାରଦର୍ଶିତା ଅନୁଭବ କରି ମୋବାଇଲ୍, ଟାବଲେଟ ଓ କମ୍ପୁଟରରେ କିପରି ସମୟ ନଷ୍ଟ ନକରି ବଳକା ସମୟରେ ଶିଶୁ ସାହିତ୍ୟ ପତ୍ରିକା ମାଧ୍ୟମରେ କିଛି ଜ୍ଞାନ ଆହାରଣ କରିବେ ଓ ଆମ ଭାଷା ସାହିତ୍ୟ ଓ କଳା ସଂସ୍କୃତିକୁ ବଞ୍ଚାଇ ରଖିବେ ଏହା ଆମର ଆଶା ।
ଶିଶୁ ସାହିତ୍ୟିକମାନେ କିଶୋର/କିଶୋରୀମାନେ ନିଜ ମନର ଭାବନକୁ କବିତା, ଗଳ୍ପ ଓ ପ୍ରବନ୍ଧ ଇତ୍ୟାଦି ପ୍ରକାଶ କରିବାର ସୁନ୍ଦର ମାଧ୍ୟମ ହେଉଛି ଏହି ଶିଶୁ ସାହିତ୍ୟ ପତ୍ରିକା । ବୈଷୟିକ ଜ୍ଞାନ କୌଶଳ ମାଧ୍ୟମରେ ଶିଶୁ ସାହିତ୍ୟ ଇ-ପତ୍ରିକାକୁ ଆପଣେଇବେ ନିଶ୍ଚିନ୍ତ ମନେ ହୁଏ, ଶିଶୁ ସାହିତ୍ୟିକ ମାନଙ୍କୁ ପ୍ରେରଣା ପ୍ରଦାନ କରିବା ଏବଂ ସେମାନଙ୍କ ଦ୍ୱାରା ଆମ ଭାଷା ସାହିତ୍ୟିକୁ ବିଶ୍ଵ ଦରବାରେ ପ୍ରତିଷ୍ଠା କରିବା ପାଇଁ ପ୍ରେରଣା ପ୍ରଦାନ କରିବାକୁ ଆମେ ଚେଷ୍ଟା କରୁଛୁ।
“ମାତା” ଶିଶୁ ସାହିତ୍ୟ ଇ-ପତ୍ରିକା କେବଳ ଏହା ପତ୍ରିକା ନୁହେଁ, ବରଂ ଏହା ଶୈଶବରୁ ବୟସର ଅପରାହ୍ନ ପର୍ଯନ୍ତ ଗୋଟେ ଭାଷା ସାହିତ୍ୟ ଆନ୍ଦୋଳନର କର୍ଣ୍ଣଧାର ସାଜିବ, ଏକ ବୈପ୍ଳବିକ ପରିବର୍ତ୍ତନ ଯାହା ଓଡ଼ିଆ ଭାଷାକୁ ଆଧୁନିକ ଯୁଗ ସହ ତାଳ ଦେଇ ପ୍ରତିଦିନ ବୃଦ୍ଧିପାଉଥିବା ଅନଲାଇନ୍ ସାମାଜିକ ଗଣମାଧ୍ୟମ ମାଧ୍ୟମରେ ଓଡ଼ିଆ ଶିଶୁ ସାହିତ୍ୟିକ ମାନଙ୍କୁ ସାହିତ୍ୟ ପ୍ରତି ରୁଚି କୁ ଆଦୃତ କରାଇବାରେ ସମର୍ଥ ହୋଇପାରିବ । ବିଶ୍ବବ୍ୟାପୀ ଅନେକ ଦେଶରେ ବସବାସ କରୁଥିବା ଓଡ଼ିଆ ପିଲା ମାନଙ୍କୁ ପ୍ରତିମାସରେ ଏକ ରୁଚିକର ଓଡ଼ିଆ ଶିଶୁ ସାହିତ୍ୟ ଇ-ପତ୍ରିକା ପାଠ କରିବାର ନିଶୁଳ୍କ ବିକଳ୍ପ ଉପଲବ୍ଧ କରାଇବା ସହ ଓଡ଼ିଆ ଇ-ପତ୍ରିକା ଜଗତରେ ଏହା ନୂତନ ଅଧ୍ୟାୟ ସୃଷ୍ଟି କରିବ ମୋର ଆଶା ଓ ବିଶ୍ବାସ।
“ଶ୍ରୀ ରାଧାକୃଷ୍ଣ ସାହିତ୍ୟ ସଂସଦ” ପକ୍ଷରୁ ଆତ୍ମ ପ୍ରକାଶ କରିଛି "ମାତା" ଶିଶୁ ସାହିତ୍ୟ ଇ-ପତ୍ରିକା । ଏହା ଓଡ଼ିଆ ଭାଷା ସାହିତ୍ୟ, ସଂସ୍କୃତି ପରମ୍ପରା ଓ ଐତିହ୍ୟକୁ ଏହି ଇ-ପତ୍ରିକା ମାଧ୍ୟମରେ ଶିଶୁ ସାହିତ୍ୟ ଲେଖକ ଲେଖକାମାନଙ୍କୁ ପୁନଃରୁଦ୍ଧାର କରି ମାଟି ମାଆ ପାଇଁ ଗର୍ବ ଗୌରବ ଆଣି ପାରିବ । ଆମ ଅନୁଷ୍ଠାନର ଶିଶୁ ସାହିତ୍ୟ ଇ-ପତ୍ରିକାର ସର୍ବାଙ୍ଗୀନ ବିକାଶ ଓ ଉନ୍ନତି ପାଇଁ “ଶ୍ରୀ ରାଧାକୃଷ୍ଣଙ୍କ” ପାଦ ପଙ୍କଜରେ ଏହି “ମାତା” ଶିଶୁ ସାହିତ୍ୟ ଇ-ପତ୍ରିକାକୁ ସମର୍ପଣ କରୁଛି। ଆଶା କରୁଛି ଆପଣମାନେ ଏହାକୁ ପାଇବା ପରେ ନିଜେ ପଢ଼ିବା ସହିତ ପିଲାମାନଙ୍କୁ ଓ ଅନ୍ୟମାନଙ୍କୁ ପଢ଼ାଇବା ପାଇଁ ପ୍ରଚେଷ୍ଟା କରିବେ ଏବଂ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେବାକୁ ବିନମ୍ର ଅନୁରୋଧ କରୁଛି।
ଅତୁଳା ମୋନାଲିସା ରାଉତ
ସମ୍ପାଦିକା
ମାତା’ ଶିଶୁ ସାହିତ୍ୟ ଇ-ପତ୍ରିକା